ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଦେବଗଡ଼ : ବାରକୋଟ ଥାନା ମସିନ୍ତା ଗ୍ରାମର ରୋହିଦାସ ଜାରିକା (୬୦) ରବିବାର ଭାଲୁ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ସେ ମଧ୍ୟାହ୍ନରେ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ଜଙ୍ଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ରୋହିଦାସଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିବା ସହ ବାରକୋଟ ଡାକ୍ତରଖାନାରେ ଭର୍ତି କରିଥିଲେ। ଭାଲୁ କାମୁଡ଼ାରେ ରୋହିଦାସଙ୍କ ଦେହରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦେବଗଡ଼ ପୁଲିସ ରୋହିଦାସଙ୍କ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର