ଝୁମ୍ପୁଡ଼ି ଘର ଭାଙ୍ଗି ବୃଦ୍ଧ ଗୁରୁତର

ଖଡ଼ିଆଳ : ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଝୁମ୍ପୁଡ଼ି ଘର ଭାଙ୍ଗିଯିବାରୁ ଯଦୁ ତାଣ୍ଡି (୬୮ବର୍ଷ) ନାମକ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ଉଆଁସୀ ତାଣ୍ଡି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ପ୍ରକାଶ ଯେ ଯଦୁ ଓ ତାଙ୍କ ସ୍ତ୍ରୀ ଉଆଁସୀ ଖଡ଼ିଆଳ ପୁରୁଣା ବସଷ୍ଟାଣ୍ଡରେ ଝୁମ୍ପୁଡ଼ି ଘର ତିଆରି କରି ବହୁ ବର୍ଷ ହେଲା ରହି ଆସୁଥିଲେ। ରବିବାର ବର୍ଷାରେ ଘର ଭାଙ୍ଗି ଯାଇଥିଲା। ଫଳରେ ଏହି ଦମ୍ପତି ଚାପି ହୋଇଯାଇଥିଲେ। ଯଦୁଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଖଡ଼ିଆଳ ଏନ୍‌ଏସି ପକ୍ଷରୁ ଯନ୍ତ୍ରୀ ତାମ୍ରଧ୍ୱଜ ମାଝୀ ଓ ଇନ୍‌ଫ୍ରାଷ୍ଟ୍ରକଚର ଏକ୍ସପର୍ଟ ଦେବାର୍ଚନ ରାଉତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସେମାନଙ୍କ ସୁବିଧା ହେବା ପର୍ଯ୍ୟନ୍ତ କଲ୍ୟାଣ ମଣ୍ଡପ-୨ରେ ରଖିବାର ବ୍ୟବସ୍ଥା କରିଥିଲେ। ସେମାନଙ୍କ ପାଇଁ ଖାଦ୍ୟ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର