ସୂଚନା ଅଧିକାର କର୍ମୀ କହି ଚାନ୍ଦା ଆଦାୟ କରୁଥିବାବେଳେ ଜଣେ ଗିରଫ

ଭୁବନେଶ୍ୱର: ସୂଚନା ଅଧିକାର ତଥ୍ୟ ମାଗିବା ନାମରେ ବ୍ଲାକମେଲିଙ୍ଗ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି | ତାଙ୍କ ନାମ ଶଶିଭୂଷଣ ପଟ୍ଟନାୟକ(୫୫ବର୍ଷ) ହୋଇଥିବାବେଳେ ତାଙ୍କ ଘର କେନ୍ଦୁଝର ଟାଉନ ଅଞ୍ଚଳରେ ବୋଲି ଜଣାପଡିଛି | ଏହି ଧୂର୍ତ୍ତ ଜଣକ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ଯାଇ ଚାନ୍ଦା ଆଦାୟ କରୁଥିଲେ |

ଚାନ୍ଦା ନ ଦେଲେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ କରିବେ ବୋଲି ଧମକାଇ ଚାନ୍ଦା ଆଦାୟ କରୁଥିଲେ | ଲୋକଙ୍କୁ ଫୋନ କରି ଟଙ୍କା ଆଦାୟ କରୁଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି | ତେବେ କିଛି ବେସରକାରୀ ଅନୁଷ୍ଠାନ ଶଶିଭୂଷଣଙ୍କ ନାମରେ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ |

Photo-blog.smartcoachindia.com

ପୁଲିସ ଏ ବାବଦରେ ଅନୁସନ୍ଧାନ କରିବା ସହ ଶଶିଭୂଷଣଙ୍କୁ ଗିରଫ କରିଛି | ତେବେ ସେ କାହା ପାଖରୁ କେତେଟଙ୍କା ଆଦାୟ କରିଥିଲେ ପୁଲିସ ବର୍ତ୍ତମାନ ପଚରାଉଚୁରା କରୁଛି | ସରକାରୀ କାର୍ଯ୍ୟାଳୟ ଓ ସରକାରଙ୍କ ଅଧୀନରେ ଆସୁଥିବା ସଂଗଠନମାନଙ୍କ ପାଖରୁ ତଥ୍ୟ ହାସଲ ପାଇଁ ଏହି ଆଇନ ଥିବାବେଳେ ଏହାର ଦୁରୁପଯୋଗ କରାଯାଉଥିବା ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର