ଦୁର୍ଘଟଣାରେ ବଡ଼ବାପା ମୃତ, ପୁତୁରା ଗୁରୁତର

ଧକ୍କା ଦେଇ ଫେରାର ହୋଇଗଲା ପଲ୍‌ସର ଚାଳକ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ହାତୀଶାଳ ଘାଟି ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲ ସହଦେବ କରୁଆଁ (୬୫ ବର୍ଷ, ବଡ଼ବାପା) ଓ ଗୁରୁତର ଆହତ ହେଲେ ସଂକୀର୍ତ୍ତନ କରୁଆଁ (୩୨ ବର୍ଷ, ପୁତୁରା)। ଘଟଣା ସ୍ଥଳରେ ବିଶ୍ୱନାଥପୁର ପୁଲିସ୍‌ ପହଞ୍ଚି ସହଦେବଙ୍କ ଶବ ଜବତ କରିଛି। ଅନ୍ୟପଟେ ସଂକୀର୍ତ୍ତନଙ୍କୁ ପ୍ରଥମେ ବିଶ୍ୱନାଥପୁର ମେଡ଼ିକାଲ ଏବଂ ପରେ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସନ୍ଧ୍ୟା ୫ଟାରେ ବିଶ୍ୱନାଥପୁର ଥାନା କୁମଖାଲ ପଞ୍ଚାୟତ ଖଜୁରଗୁଡା ଗ୍ରାମର ସଂକୀର୍ତ୍ତନ ଏକ ହିରୋ ବାଇକ୍ (ଓଡ଼ି୧୮-୨୧୨୩) ରେ ନିକଟସ୍ଥ ଗାଁ ପିଡ଼େଲବାଜୁରୁ ନିଜ ବଡ଼ବାପା ସହଦେବଙ୍କୁ ବସାଇ ବିଶ୍ୱନାଥପୁର ଯାଉଥିଲେ। ଠିକ୍ ଏହି ସମୟରେ ହାତୀଶାଳ ଘାଟି ନିକଟରେ ସାମ୍ନା ପଟୁ ବିଶ୍ୱନାଥପୁରଠାରୁ ଆସୁଥିବା ପଲସର୍‌ ବାଇକ୍ (ଓଡ଼ି୧୮ ସି-୮୪୯୦) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସହଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକୀର୍ତ୍ତନ ଗୁରୁତର ଆହତ ହୋଇଥଲେ। ପଲସର୍‌ ବାଇକ୍ ଚାଳକ ନିଜ ବାଇକ୍ ଛାଡ଼ି ଫେରାର ହୋଇଯାଇଛି। ପୁଲିସ୍‌ ଘଟଣା ସ୍ଥଳରୁ ୨ଟି ବାଇକ୍ ଜବତ କରି ବିଶ୍ୱନାଥପୁର ଥାନାରେ ରଖିଛି। ସହଦେବଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେସ୍‌ ନଂ ୦୭/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପଲସ୍‌ର ବାଇକ୍ ନଂ ଭୁଲ ଥିବାରୁ ତଦନ୍ତ ପାଇଁ କଳାହାଣ୍ଡି ଜିଲ୍ଲା ଆରଟିଓଙ୍କୁ ଦିଆଯାଇଛି। ଏନେଇ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର