ଭବାନୀପାଟଣା : ୨ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ଦୁଇ ଆହତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବଡ଼ବସୁଲ ଗାଁ ପାଖରେ ଶନିବାର ରାତିରେ ୨ ବାଇକ୍‌ ମୁହାଁମୁହିଁ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲ ଜୁନାଗଡ଼ ବ୍ଲକ୍‌ ମଇଭର ଗାଁର ରାଜକୁମାର ସୁନାନୀ (୩୪ ବର୍ଷ)।

ଧର୍ମଗଡ଼ ବ୍ଲକ୍‌ ଗତାଗୁଡ଼ା ଗ୍ରାମର ୨ଭାଇ ସୂର୍ଯ୍ୟ ମାଝି (୨୫ ବର୍ଷ) ଓ ଦୁଃଶାସନ ମାଝି (୩୨ ବର୍ଷ) ଜୁନାଗଡ଼ରୁ ଗାଁକୁ ଯାଉଥିଲେ। ବଡ଼ବସୁଲ ପାଖରେ ରାଜ୍‌ଙ୍କ ବାଇକ୍‌ ସହ ମୁହାଁମୁହିଁ ହୋଇଥିଲା। ସମସ୍ତଙ୍କୁ ଧର୍ମଗଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର