କଟକ-ପାରଦୀପ ରାସ୍ତାର ଲୋକନାଥଗଡ଼ା ନିକଟରେ କାର୍‌-ଟ୍ରକ୍‌ ଧକ୍କା; ଜଣେ ମୃତ, ତିନିଜଣ ଆହତ

ଜଗତ୍‌ସିଂହପୁର: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କଟକ ଓ ପାରଦୀପ ରାସ୍ତାର ଲୋକନାଥଗଡ଼ା ନିକଟରେ ଗୋଟାଏ କାର୍‌ ଓ ଟ୍ରକ୍‌ ପରସ୍ପର ସହ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ମୃତବ୍ୟକ୍ତି ହେଉଛନ୍ତି କଟକ ସହର ଅନ୍ତର୍ଗତ ନୂଆବଜାର ଅଞ୍ଚଳର ସାରଦାପ୍ରସନ୍ନ ସ୍ୱାଇଁ। ତିନି ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଶିବପ୍ରସାଦ ସ୍ୱାଇଁ ଏବଂ ଦୀପକ ଜେନା। ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିବା ଏ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୃତୀୟ ଆହତ ବ୍ୟକ୍ତି ହେଉଛନ୍ତି ବିଜୟ କୁମାର ସାହୁ। ସେ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଅଠରବାଙ୍କୀ ଡାକ୍ତରଖାନାରେ ଚିକିତ୍ସା କରାଯାଇ ତାଙ୍କୁ ଛାଡ଼ି ଦିଆଯାଇଛି।

ଦୁର୍ଘଟଣା ଘଟିବା ପୂର୍ବରୁ ଏହି ବ୍ୟକ୍ତିମାନେ ଏକ କାର୍‌ ଯୋଗେ ପାରାଦୀପ ଆଡୁ କଟକ ଆଡ଼କୁ ଯାଉଥିଲେ। ଲୋକନାଥଗଡ଼ା ପାଖରେ କୌଣସି ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି। ସେହି ରାସ୍ତା ଦେଇ ଫେରୁଥିବା କେତେ ଜଣ ଛେନା ବେପାରୀ ମୃତାହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସମ୍ବନ୍ଧିତ ଖବର