ପୋଖରୀ ନିଲାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଜଣେ ଗୁରୁତର

କୋରେଇ : କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ପଞ୍ଚାୟତ ଉତ୍ତରଖଜିରା ଗ୍ରାମ ବଡ଼ପୋଖରୀ ନିଲାମ ଓ ମାଛଧରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଅଭିଯୋଗ ଅନୁଯାୟୀ, ଉତ୍ତରଖଜିରା ଗ୍ରାମର ବଡ଼ପୋଖରୀ ନିଲାମ ବେଳେ ଚଳିତ ବର୍ଷ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଗ୍ରାମର ଗୋଟିଏ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ୯ ତାରିଖରେ କିଛି ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ଆପୋସ ସମାଧାନ କରାଯାଇଥିଲା। କିଛିଲୋକ ଗୁରୁବାର ଦିନ ପୋଖରୀରୁ ମାଛ ଧରିବାକୁ ଯାଇଥିବା ବେଳେ ଅନ୍ୟଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏଥିରେ ଗ୍ରାମର ସୁରେନ୍ଦ୍ର ଜେନା ଗୁରୁତର ଆହତ ହୋଇଥିଲେ। କୋରେଇ ପୁଲିସ୍‌ ପହଞ୍ଚି ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି ବୋଲି ଥାନାଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର