ଭୁବନେଶ୍ୱର ବାପୁଜୀ ନଗରରେ ଖୋଲିଲା ଦୋକାନ, ଦୁଇଚକିଆ ଓ ଗାଡ଼ି ଭିତରକୁ ପଶି ପାରିବ ନାହିଁ

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗରରେ ବ୍ୟବସାୟୀମାନଙ୍କୁ ଦୋକାନ ଖୋଲିବାକୁ ଶୁକ୍ରବାର ସ୍ୱତନ୍ତ୍ର ଏସଓପି ସହ ଭୁବନେଶ୍ବର ମହାନଗର ନିଗମ ଅନୁମତି ଦେଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ବାପୁଜୀନଗରରେ ବ୍ୟବସାୟୀମାନେ ଦୋକାନରେ ସାମାଜିକ ଦୂରତା ରଖୁ ନ ଥିବାରୁ ବିଏମ୍‌ସିର ଏସ୍‌ଓପି ମାନୁ ନଥିବାରୁ ଗତ ମଙ୍ଗଳବାର ବାପୁଜୀନଗରରେ ସମସ୍ତ ଦୋକାନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଥିଲା। ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଏହି ସମୟରେ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ବୋଲି ସ୍ପଷ୍ଟ କରି ଦେଇଥିଲେ।

Bapuji Nagar - Bhubaneswar: Get the Detail of Bapuji Nagar on ...
Times of India

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାପୁଜୀ ନଗର ମାର୍କେଟକୁ ଅର୍ନିଦ୍ଦିଷ୍ଟ କାଳ ଯାଏ ସିଲ୍‌ କରାଯାଇଥିବା ବେଳେ ଆଜି ପୁଣିଥରେ ଉକ୍ତ ଦୋକାନଗୁଡ଼ିକ ଖୋଲାଯିବାକୁ ଅନୁମତି ମିଳିଛି। ବାପୁଜୀ ନଗରରେ ଦୋକାନ ଖୋଲିବା ପାଇଁ ପୂର୍ବରୁ ଯେଉଁ ସର୍ତ୍ତ ରହିଥିଲା, ତାହା ସେଭଳି ଭାଳେ ବଳବତ୍ତର ରହିଛି। ସର୍ତ୍ତ ଅନୁସାରେ, ବାପୁଜୀନଗର ଭିତରକୁ ଗାଡ଼ି ପଶି ପାରିବ ନାହିଁ। ବ୍ୟବସାୟୀ, ଦୋକାନ କର୍ମଚାରୀ କି ଗ୍ରାହକ କେହି ଗାଡ଼ି ନେଇ ଯାଇ ପାରିବେ ନାହିଁ। ସମସ୍ତେ ଜନପଥରେ ଗାଡ଼ି ପାର୍କିଂ କରି ଚାଲି ଚାଲି ଯିବେ। ସମସ୍ତ ଦୋକାନରେ ସାମାଜିକ ଦୂରତା ଯେଭଳି ବଜାୟ ରହିବ ତାହା ଉପରେ ବିଶେଷ ଧ୍ୟାନ ଦେବେ।

ସମ୍ବନ୍ଧିତ ଖବର