କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋକୁ ଧରିବା ପାଇଁ କମିଶନରେଟ୍‌ ପୁଲିସର ସ୍ୱତନ୍ତ୍ର ଅଭିଯାନ ’ଅପରେସନ୍‌ ଟିଟୋ’

ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ଟେଣ୍ଡର ଫିକ୍ସିଂର ରିଙ୍ଗମାଷ୍ଟର ଟିଟୋକୁ ଧରିବା ପାଇଁ ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ କରିଛି କମିଶନରେଟ୍‌ ପୁଲିସ। ଟିଟୋ କେତେବେଳେ, କେଉଁଠୁ କେମିତି ଅପରେସନ୍‌ କରୁଛି ସେନେଇ ଖୋଳତାଡ ଚାଲିଛି। ଏପରିକି ଧରା ପଡିଥିବା ଟିଟୋ ଗ୍ୟାଙ୍ଗର ଅଭିଯୁକ୍ତଙ୍କ ଫୋନକୁ ତନ୍ନତନ୍ନ କରି ଯାଞ୍ଚ୍‌ କରୁଛି ପୁଲିସ। ଟେଣ୍ଡର ଫିକ୍ସିଂକୁ ନେଇ ଗତ ୨୯ ତାରିଖରେ ଠିକାଦାର ତାହିର ଅଲ୍ଲୀଙ୍କୁ ଗୁଳି କରାଯାଇଥିଲା। ଏଥିରେ ୮ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଆଉ ଜାଣିବାକୁ ପାଇଥିଲା ଏହା ପଛରେ ରହିଛି ଗ୍ୟାଙ୍ଗଷ୍ଟର ଟିଟୋର ହାତ।

ଅପରେସନ୍‌ ଟିଟୋ। ଟିଟୋକୁ ଧରିବା ପାଇଁ କମିଶନରେଟ ପୁଲିସ ତିଆରି କରିଛି ଏକ ସ୍ୱତନ୍ତ ଟିମ୍‌ । କଟକ ଡିସିପି ଅଖିଳେଶ୍ୱର ସିଂହ ଏହି ଟମକୁ ଲିଡ୍‌ କରୁଥିବା ବେଳେ, ଟିମରେ ରହିଛନ୍ତି କମିଶନରେଟ ପୁଲିସର ବଛା ବଛା ଅଫିସର। ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଟିଟୋ ନାଁରେ କମିଶନରେଟ ପୁଲିସରେ ଗୋଟିଏ ବି ଅଭିଯୋଗ ରହି ନଥିବା ବେଳେ, ପୁଲିସ ପାଇଛି ଟିଟୋର ଟେଣ୍ଡର ଫିକ୍ସିଂ ଲିଙ୍କ। ଟେଣ୍ଡର ଫିକ୍ସିଂ ନେଇ ଗୁଳିମାଡ କରି ପୁଲିସ ହାତରେ ଧରା ପଡିଥିବା ୮ କୁଖ୍ୟାତ ଅପରାଧୀ ଟିଟୋ ଗ୍ୟାଙ୍ଗର ବୋଲି ପୁଲିସ କହିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ହେଉଛି, ଟିଟୋ ସାରା ରାଜ୍ୟର ଟେଣ୍ଡ ଫିକ୍ସିଂ କରାଉଛି ହେଲେ ତାର କୌଣସି ବି ସିଧିସଳଖ ଲିଙ୍କ ରହୁନି। ହେଲେ ତାହିର ଅଲ୍ଲୀ ଗୁଳିମାଡ ଘଟଣାରେ ପୁଲିସକୁ ବହୁତ କିଛି ତଥ୍ୟ ଓ ପ୍ରମାଣ ମିଳିଛି । ଟିଟୋ କେଉଁଠି ଅଛି ପ୍ରଥମେ ତାକୁ ଠାବ କରିବା ପୁଲିସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ କାରଣ – ଏତେ ସତର୍କତାର ସହ ଏହି ଗ୍ୟାଙ୍ଗଷ୍ଟର ନିଜର ଠିକଣା ବଦଳାଉଛି ଯାହାର ଟେର ପୁଲିସ ମଧ୍ୟ ପାଇ ପାରୁନି।

ସମ୍ବନ୍ଧିତ ଖବର