ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ବିରୋଧ; ଆନ୍ଦୋଳନ ଚେତାବନୀ ଦେଲା ବିରୋଧୀ ଦଳ

ମାଲକାନଗିରି: ଜିଲ୍ଲା କଂଗ୍ରେସ ଭବନ ଠାରେ ରବିବାର ଜିଲ୍ଲା କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ସିପିଆଇ (ଏମ) ତରଫରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା ଏବଂ ବିଜେପି ଅଭିଯୋଗକାରୀଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବାରୁ ତାଂକ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଛି।

ଭାରତୀୟ ଜନତା ପାର୍ଟି ହିଁ ଚକ୍ରାନ୍ତ କରି କେଜ୍ରିୱାଳଙ୍କୁ ଜେଲରେ ଭର୍ତ୍ତି କରିଛି। କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥା ଇଡିର ଅଭିଯୋଗ ହେଉଛି ଯେ ପି ଶରଚ ଚନ୍ଦ୍ର ରେଡ୍ଡୀ ନାମକ ଏକ ମଦ ବେପାରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ମଦ ଠିକା ପାଇବା ପାଇଁ ୧୦୦ କୋଟି ଲାଞ୍ଚ ଦେଇଛନ୍ତି। କେବଳ ତାଂକର ବକ୍ତବ୍ୟ ଆଧାରରେ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି। ଶରତ ଚନ୍ଦ୍ର ରେଡ୍ଡୀ ଜଣେ ମଦ ବେପାରୀ ହିଁ ନୁହନ୍ତି। ବରଂ ସେ ଜଣେ ଅରବିନ୍ଦୋ ଫାର୍ମ ନାମକ ଏକ ଔଷଧ କମ୍ପାନି ମଧ୍ୟ ରହିଛି। ଶରତଙ୍କୁ ମଦ ବେପାରୀର ମୁଖ୍ୟ ଅଭିଯୁକ୍ତ ବୋଲି ଗିରଫ କରାଯାଇଛି। ତାଂକୁ ପଚରାଉଚରା କରିବା ପରେ ଇଡିକୁ ସେ କେଜ୍ରିୱାଲଙ୍କୁ ଜାଣିନଥିବା ସଫା ସଫା ମନା କରିଥିବାରୁ ତାଂକୁ ମୁକ୍ତି ମିଳିଲା ନାହିଁ। ଏପରିକି ବିଜେପି ତାଂକୁ ଭୟଭିତ କରିଲା ବୋଲି କୁହାଯାଇଛି। ତାଂକ ଠାରୁ ଜେଲରେ ଥିବା ବେଳେ ୫୯ କୋଟି ଟଂକା ନେଇଥିବା ବେଳେ ତାଂକୁ ଜେଲରୁ ମୁକ୍ତି ପରେ ପୁଣ ୫୦ କୋଟି ଟଂକା ମଗାଯାଇଥିଲା। ସେ ରାଜ୍ୟ ସାକ୍ଷୀ ରହିଥିବା କୁହାଯାଇଛି।

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କହିବା ପାଇଁ ପୁଲିସ ତାଂକୁ ସମସ୍ତ ଛାଡ଼ କରିବା ସହ ସାକ୍ଷ ଭାବେ ରଖିଛି। ବିଜେପି ଗଣତନ୍ତ୍ରର ସ୍ବରକୁ କଣ୍ଠରୋଧ କରୁଛି। ଆଗାମୀ ଦିନରେ ବିରୋଧୀ ଭାବେ ରହିଥିବା କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ସିପିଆଇଏମ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜି.ଶ୍ରୀନୀବାସ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ ଦେଶୀରାଜୁ ଆଚାରୀ, ସିପିଆଇଏମର ଜୋନ ସଂପାଦକ ବ୍ରଜ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର