ମିସେସ୍‌ ଇଣ୍ଡିଆ ପ୍ଲାନେଟ୍‌ ଫାଇନାଲରେ ଓଡ଼ିଆ ଝିଅ ମନୀଷାରାଣୀ

ଭୁବନେଶ୍ବର: ମିସେସ୍‌ଇଣ୍ଡିଆ ପ୍ଲାନେଟ୍‌ ପ୍ରତିଯୋଗିତା-୨୦୨୨ର ଫାଇନାଲ ରାଉଣ୍ଡରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ମନୀଷାରାଣୀ ଦାଶ। ଏପିକ୍‌ ପ୍ରଡକ୍ସନ ହାଉସ୍‌ ଏବଂ ଗ୍ଲିମ୍‌ଡିଭା ଦ୍ବାରା ଆୟୋଜିତ ଏହି ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଆସନ୍ତା ଏପ୍ରିଲ ମାସ ୧ ତାରିଖ ଦିଲ୍ଲୀର ହୋଟେଲ ଲୀଲାଠାରେ ଅନୁଷ୍ଠିତ ହେବ।

ଭୁବନେଶ୍ବରରେ ଅବସ୍ଥାନ କରୁଥିବା ମନୀଷାରାଣୀ ହେଉଛନ୍ତି  ବଲାଙ୍ଗୀରର ଡାକ୍ତର ଚକ୍ରପାଣି ଦାଶ ଓ ମିନାକ୍ଷୀ ଦାଶଙ୍କ କନିଷ୍ଠା କନ୍ୟା ତଥା ଶିକ୍ଷାବିତ୍‌ ରମେଶଚନ୍ଦ୍ର ଦାଶ ଏବଂ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମୁରଲୀଧର ଗୁରୁଙ୍କ ନାତୁଣୀ। ନିଜର ବାର୍ତ୍ତାରେ ମନୀଷା ନାରୀମାନଙ୍କୁ ନିଜ ସ୍ବପ୍ନରେ ଡେଣା ‌ଲଗାଇ ଉଡ଼ିବାକୁ ତଥା ଶିଖର ଛୁଇଁବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର