ଓସ୍କାର ୩ ନିର୍ଦ୍ଦେଶକଙ୍କୁ ଚୌଦ୍ବାର ଜେଲ୍‌ରେ ଜେରା

କଟକ : ଚିଟ୍‌ଫଣ୍ଡ ଠକେଇ ମାମଲାରେ ଓସ୍କାର ସଂସ୍ଥାର ୩ ଜଣ ନିର୍ଦ୍ଦେଶକଙ୍କୁ ଚୌଦ୍ବାର ଜେଲରେ ଜେରା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରେଜିଷ୍ଟ୍ରାର ଅଫ୍ କଂପାନି ଏବଂ ଅଫିସିଆଲ ଲିକ୍ୟୁଡେଟର ଭାବେ ଦୁଇ ଜଣ ଅଧିକାରୀ ୩ ଜଣଙ୍କୁ ଜେଲ୍‌ ଭିତରେ ଜେରା କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆଜି ୩ ଜଣଙ୍କୁ ଜେଲ୍‌ ଭିତରେ ଜେରା କରାଯାଇଛି। ଜେରାର ସମ୍ମୁଖୀନ ହୋଇଥିବା ଓସ୍କାରର ୩ ଜଣ ନିର୍ଦ୍ଦେଶକ ହେଉଛନ୍ତି ମୁନା ପାତ୍ର, ପ୍ରଭାସ ଚନ୍ଦ୍ର ରାଉତ ଓ କୀର୍ତ୍ତି ରଂଜନ ବସ୍ତିଆ। ଏହି ୩ ଜଣ ଗିରଫ ହୋଇ ‌ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଆସନ୍ତାକାଲି ମଧ୍ୟ ସେମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ତଦନ୍ତକାରୀ ଅଧିକାରୀମାନେ ନବ ଦିଗନ୍ତ ଗ୍ରୁପର ନିର୍ଦ୍ଦେଶକଙ୍କୁ ଜେରା କରିଥିଲେ। ଏହି ମାମଲାକୁ ଆଇନଜୀବୀ ଅଶୋକ କୁମାର ସ୍ବାଇଁ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର