ପାଣିରେ ବୁଡିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ

ବାଲେଶ୍ୱର : ଉତ୍ତର ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଆଜି ବର୍ଷା ଜଳରେ ବୁଡିଯାଇଛି। ଏଥିଯୋଗୁଁ ଶୈବପୀଠରେ ପୂଜାର୍ଚ୍ଚନା ବନ୍ଦ ହୋଇଛି। ଗତ ଦୁଇଦିନ ପୂର୍ବରୁ ନୀଳଗିରି ଅଞ୍ଚଳରେ ପ୍ରବଳ ହୋଇଥିଲା। ଆଜି ଦିନ ପ୍ରାୟ ୨ଟା ସମୟରେ ହଠାତ୍‌ ଶୈବପୀଠରେ ଜଳସ୍ତର ବଢ଼ିବା ଯୋଗୁଁ ପୂଜକ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିବା ପର୍ଯଟକମାନଙ୍କୁ ଶୈବପୀଠରୁ ପଳାଇ ଯିବାକୁ କହିବା ପରେ ଶୈବପୀଠ ଶୂନ୍‌ଶାନ ହୋଇଯାଇଥିଲା। ପରେ ପାହାଡ଼ରୁ ଆସୁଥିବା ଜଳରେ ପଞ୍ଚଲିଙ୍ଗେଶ୍ୱର ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଥିଲା। ଏହାପରେ ଟ୍ରଷ୍ଟବୋର୍ଡ ପକ୍ଷରୁ ଶୈବପୀଠକୁ କାହାରିକୁ ଛଡ଼ାଯାଇନଥିଲା। ଅପରପକ୍ଷରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ପଞ୍ଚଲିଙ୍ଗେଶ୍ୱର ଦର୍ଶନ କରିନପାରି ଫେରିଯାଇଥିବା ବେଳେ କେତେକ ଭକ୍ତ ବିଭିନ୍ନ ହୋଟେଲ ଓ ପାନ୍ଥନିବାସରେ ଦର୍ଶନ ନିମନ୍ତେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର