ମଦ ଚଢ଼ଉ ବେଳେ ମିଳିଲା ପିଡିଏସ୍‌ ଚାଉଳ

ବଲାଙ୍ଗୀର/ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଶୁକ୍ରବାର ପ୍ରଶାସନର ଅଚାନକ ଚଢ଼ଉ ସମୟରେ ବିପୁଳ ପରିମାଣର ବେଆଇନ ଗଚ୍ଛିତ ଥିବା ପିଡିଏସ୍‌ ଚାଉଳ ଜବତ ହୋଇଛି। ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଯୋଗାଣ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଟିଟିଲାଗଡ ହସପିଟାଲ ପଛପଟ ଅଂଚଳର ଏକ ଘରେ ଚଢ଼ଉ କରିଥିଲେ। ଗରିବ ପରିବାର ଏକ ଘରୁ ୧୫୦ ବସ୍ତା ଚାଉଳ ଓ କିଛି ଗହମ ବସ୍ତା ବାହାରିଥିଲା। ଘର କାହାର, କେଉଁଠୁ ଚାଉଳ ଆଣି ଘରେ କିଏ ରଖିଥିଲା କିଛି ଜଣାପଡ଼ିନଥିଲା। ଫଳରେ ପ୍ରଶାସନ ସବୁକୁ ଜବତ କରିଛି। ପିଡିଏସ୍‌ ଚାଉଳ ଓ ଗହମ ବୋଲି ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି ବୋଲି କୁହାଯାଇଛି। ମଦ ଚଢ଼ଉ ପାଇଁ ଯିବା ସମୟରେ ଚାଉଳ ଧରାପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର