ଆଗୁଆ ମିଳିବ ୪ ମାସର ଭତ୍ତା, ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବା ନେଇ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଏଥର ଆଗୁଆ ମିଳିବ ୪ ମାସର ଭତ୍ତା | ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଆଗୁଆ ଚାରି ମାସର ଅର୍ଥାତ ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର । ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା । ଏନଏସଏପି ମାଧ୍ୟମରେ ୨୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ମିଳିବ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ । ଯାହାଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏପ୍ରିଲ, ମେ , ଜୁନ ଓ ଜୁଲାଇ ମାସର ଭତ୍ତା ମାର୍ଚ୍ଚ ଶେଷ ସୁଦ୍ଧା ବଣ୍ଟାଯିବା ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ।

ଅନ୍ୟପଟେ, ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ ଥିବା ନେଇ କହିଛି ଯୋଗାଣ ବିଭାଗ । କରୋନା ଯୋଗୁ ଏହି ସାମଗ୍ରୀର କୌଣସି ଅଭାବ ରହିବନାହିଁ । ଖାଦ୍ୟ ଯୋଗାଣ ବିଭାଗ ଏନେଇ ସଚେତନ ଅଛି ଓ ଅନ୍ୟ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟକରୁଛି । ତେଣୁ କୌଣସି ପ୍ରକାର ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସମ୍ବନ୍ଧିତ ଖବର