ଯୁକ୍ତ୨ ଏକ୍ସ-ରେଗୁରାଲ ଫର୍ମ ପୂରଣ ସମୟ ସୀମା ବଢ଼ିଲା

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି। ଗତ ମାସଠାରୁ ଆରମ୍ଭ ହୋଇଥିବା ଫର୍ମ ପୂରଣ ସମୟ ସୀମାକୁ ଏବେ ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ ଶେଷ ହୋଇଛି। ତେବେ ଗତ ୧୪ ତାରିଖଠାରୁ ୫୦ ଟଙ୍କା ଜରିମାନାରେ ଚାଲିଥିବା ଫର୍ମ ପୂରଣ ୧୮ ତାରିଖରେ ଶେଷ ହେବ ବୋଲି ସେପ୍ଟେମ୍ବର ୨୧ରେ ବିଜ୍ଞପ୍ତିରେ କୁହାଯାଇଥିଲା। ‌ଏବେ ତାହାକୁ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫି’ ଦାଖଲର ସମୟ ସୀମା ଗତ ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ସେହିପରି ୩୫୦ ଟଙ୍କା ଜରିମାନାରେ ଅକ୍ଟୋବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯିବ ବୋଲି ସ୍ଥିର ହୋଇଥିଲା। ଏବେ ଅକ୍ଟୋବର ୨୩ରୁ ୨୫ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ ଚାଲିବ। ୨୪ରୁ ୨୮ ତାରିଖ ମଧ୍ୟରେ ଫି’ ଦାଖଲ କରିହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର