ଟ୍ରେନ୍‌ ଆଗକୁ ଡେଇଁ ପୁଲିସ ଏସ୍‌ଆଇଙ୍କ ଆତ୍ମହତ୍ୟା

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିକେର ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ମୁରଲୀ ସାହୁ ଆତ୍ମହତ୍ୟା କରିଛନ୍ତି। ସେ ପୁଲିସ ଏସ୍‌ଆଇ ଭାବେ କାର୍ଯରତ ଥିବା ସୂଚନା ମିଳିଛି। ତାଙ୍କ ଘର ଶଗଡ଼ଘାଟ ଗାଁରେ ବୋଲି ଜଣାପଡ଼ିଛି। ଗୁରୁବାର ରାତିରେ ସେ ତାଙ୍କ ଗାଁ ଓ ସିକେର ଷ୍ଟେସନ ମଝି ଅଞ୍ଚଳରେ ଟ୍ରେନ୍‌ ଆସୁଥିବା ବେଳେ ରେଳ ଧାରଣାରେ ଠିଆ ହୋଇ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର