ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ

ବେତନଟୀର ବୋହୂ ପୁନମଙ୍କୁ ଶୁଭେଚ୍ଛାର ସୁଅ

ବେତନଟୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇକୋନୋମିକ୍‌ ଆଡଭାଇଜରି କାଉନସିଲ୍‌)ର ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଆନନ୍ଦ ବଜାରର ବାସିନ୍ଦା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଦୀପକ ମିଶ୍ରଙ୍କ ପତ୍ନୀ ପୁନମ ଗୁପ୍ତା (ମିଶ୍ର)। ପୂର୍ବରୁ ବେତନଟୀ ମାଟିର ପୁଅ ବରିଷ୍ଠ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଓ ପରେ ଭାରତର ସିଏଜି ନିଯୁକ୍ତ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲାବାସୀ ଗୌରବାନ୍ବିତ ହୋଇଛନ୍ତି।

ପୁନମ ଏବେ ଏନ୍‌ସିଏଇଆର୍‌ର ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସେ ଭାରତର ପ୍ରମୁଖ ଅର୍ଥନୀତି ‌ବିଶେଷଜ୍ଞ ଭାବେ ବିଶ୍ବବ୍ୟାଙ୍କରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଦୀପକ ବିଶିଷ୍ଟ ସାହିତ୍ୟିକା ରମା ମିଶ୍ର ଓ ସମାଜସେବୀ ଅଜିତ ମିଶ୍ରଙ୍କ ପୁଅ। ଦୀପକ ଏବେ ଆଇସିଆର୍‌ଆଇଆର୍‌ର ନିର୍ଦ୍ଦେଶକ ଅଛନ୍ତି। ପୁନମଙ୍କ ଶ୍ବଶୁର ସମାଜସେବୀ ଅଜିତ ମିଶ୍ର ବେତନଟୀ ରୋଟାରି କ୍ଲବ୍‌ର ପୂର୍ବତନ ସଭାପତି ଥିବା ବେଳେ ଶାଶୂ ବିଶିଷ୍ଟ ଲେଖିକା ରମା ମିଶ୍ର ହେଲେ ବେତନଟୀ ‘ସମ୍ବାଦ ସାହିତ୍ୟଘର’ର ବରିଷ୍ଠ ସଦସ୍ୟା ତଥା ପଦ୍ମମାଳି ମହିଳା ସଂଗଠନର ବରିଷ୍ଠ ଉପଦେଷ୍ଟା। ବୋହୂଙ୍କ ସଫଳତା ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର