ପାଇକ ବିଦ୍ରୋହ ସ୍ମାରକୀ ଡାକଟିକଟ ଓ ମୁଦ୍ରା

ଭୁବନେଶ୍ୱର : ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଅବସରରେ ପ୍ରକାଶ ପାଇବ ସ୍ମାରକୀ ଡାକଟିକଟ ଓ ପ୍ରଚଳନ ହେବ ମୁଦ୍ରା। ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୀତିଗତ ଭାବେ ନିଷ୍ପତ୍ତି ନେଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ପାଇକ ବିଦ୍ରୋହର ୨୦୦ ବର୍ଷ ପାଳନ ପାଇଁ ଗଠିତ କମିଟିର ନିଷ୍ପତ୍ତିକ୍ରମେ ଡାକଟିକଟ ଓ ମୁଦ୍ରା ପ୍ରଚଳନ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ସମ୍ମତି ପ୍ରଦାନ କରିଛି। ଏହା ସହ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ପାଇଁ ବିଭିନ୍ନ ସୂତ୍ରରୁ ଡିଜାଇନ୍‌ ମଗାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର