ଛତ୍ରପୁର : ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଆଜି ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଜିଆର୍ କେସ୍ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍ ନମ୍ବର ୬୮/୧୩ରେ ଜାମିନ୍ ପାଇଁ ପ୍ରଦୀପଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜାରଞ୍ଜନ ପାଢୀଙ୍କ କୋର୍ଟରେ ଆବେଦନ ହୋଇଥିଲା। ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ରମେଶ ଚନ୍ଦ୍ର ଚୌଧୁରୀ ଓ ଡମିନାଥ ସାହୁ ଏବଂ ପ୍ରଦୀପଙ୍କ ପକ୍ଷରୁ ଓକିଲ ସଞ୍ଜୟ ନାରାୟଣ ସାହୁ ମକଦ୍ଦମା ପରିଚାଳନା କରିଥିଲେ।
ପୂର୍ବବର୍ତ୍ତୀ ଖବର
୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର