ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ସ୍ୱାଧୀକାର କମିଟିର ସଦସ୍ୟ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଜ୍ୟର ତିନି ରାଜ୍ୟସଭା ସାଂସଦଙ୍କୁ ଆଜି ପାର୍ଲାମେଣ୍ଟର ବିଭିନ୍ନ କମିଟିରେ ଅବସ୍ଥାପିତ କରାଯାଇଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ସେ ଏଥିକସ୍‌ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ସେହିପରି ରାଜ୍ୟସଭା ସବଅର୍ଡିନେଟ ଲେଜିସଲେସଡ଼୍‌ କମିଟିରେ ରାଜ୍ୟସଭା ସାଂସଦ ଡ.ଅମର ପଟ୍ଟନାୟକ ସଦସ୍ୟ ହୋଇଛନ୍ତି। ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ସଂସଦୀୟ ସ୍ୱାଧୀକାର ଷ୍ଟାଣ୍ଡିଂ କମିଟିରେ ସଦସ୍ୟତା ମିଳିଛି । ଏହା ବ୍ୟତୀତ ଶ୍ରୀ ପାତ୍ର ବର୍ତ୍ତମାନ ମାନବ ସମ୍ବଳ ବିକାଶ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ କାମ କରୁଛନ୍ତି।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱାଧୀକାର କମିଟିରେ ରିପୁନ ବୋରା, ପ୍ରଭାତ ଝା, ସସ୍ମିତ ପାତ୍ର, ଡ. ଶଶୀକଳା ପୁଷ୍ପା ରାମସ୍ୱାମୀ, ଜିଭିଏଲ ନରସିଂହ ରାଓ, ଆନନ୍ଦ ଶର୍ମା, ନରଜ ଶେଖର, ରାକେଶ ସ୍ନିହା ଓ ପି. ଓ୍ଵିଲସନ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର