ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତ ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଗତ ଏପ୍ରିଲ ୨୫ ତାରିଖରେ ବିଧାୟକ ବିଶ୍ୱାଳଙ୍କୁ ୨ ମାସ ଲାଗି ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା। ମଙ୍ଗଳବାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପକ୍ଷରୁ ପୁଣି ଥରେ ଜାମିନ ଲାଗି ଆବେଦନ କରାଯାଇଥିଲା। ଏହାର ବିଚାର କରି ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି।  ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା। ଇତି ମଧ୍ୟରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇସାରିଛି। ସୂଚନାଯୋଗ୍ୟ ଯେ, ସିସୋର ମାମଲାରେ ୨୦୧୭ ସେପ୍ଟେମ୍ବର ୧୯ରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା।

ସମ୍ବନ୍ଧିତ ଖବର