ଲକ୍ଷ୍ମୀପୁର : ଭାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ, ଡାକ୍ତରଖାନାରେ ଜନ୍ମ ଦେଲେ କନ୍ୟାସନ୍ତାନ

ଲକ୍ଷ୍ମୀପୁର, (ପରମେଶ୍ବର ସାହୁ) : ଗାଁ କୁ ରାସ୍ତା ନାହିଁ ଭାରରେ ପାରି ହେଲେ ଗର୍ଭବତୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ରେ ପୁଣି ଦେଖିବାକୁ ମିଳିଛି ଗର୍ଭବତୀଙ୍କ ଜନନୀଯନ୍ତ୍ରଣା। ଜଣେ ଗର୍ଭବତୀଙ୍କୁ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ମୁରାନ୍ ନଦୀ ପାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଚ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଗର୍ଭବତୀ ଜଣକ ମୁରାନ୍ ନଦୀ ପାର ହୋଇ ୧ କିମି ଦୂର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ। ଧବେନ ମୁଦୁଲି ନାମକ ମହିଳା ଆଜି ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ତାଙ୍କୁ ବଡ କଷ୍ଟରେ ନଦୀରେ ଥିବା ଆଣ୍ଠୁଏ ପାଣି ଭିତରେ ଭାରରେ ବୋହି ଆଣି ଡାକ୍ତର ଖାନାରେ ଭର୍ତି କରାଯାଇଥିଲା। ଡାକ୍ତରଖାନାରେ ସେ ଏକକନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଝିଅ ସୁସ୍ଥ ଅଛନ୍ତି। ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଚାଂୟତର ଘାଟଗୁଡା ଗାଁର ଏହି ଘଟଣା।

ଗାଁ’କୁ ନାହିଁ ଆଜି ପର୍ଯ୍ୟନ୍ତ ରାସ୍ତା ସୁବିଧା, ଆମ୍ବୁଲାନ୍ସ ଯାଇ ପାରୁନି। ମୁରାନ ନଦୀରେ ଜୀବନକୁ ବାଜି ଲଗାଇ ବର୍ଷ ତମାମ ୨ ଖଣ୍ଡ ଗ୍ରାମବାସୀ ଦୁର୍ଦ୍ଦଶା ଭୋଗି ଆସୁଥିଵା ଅଭିଯୋଗ ହୋଇଛି। ଘାଟ ଗୁଡା ଏବଂ ବାଲିଘାଟ ଗ୍ରାମର ଦୁଃଖ ଦୂର ହେବ କେବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏଭଳି ଗତ ୨୦୧୧ରେ ୨ ଜଣ ଯୁବତୀ ନଦୀପାରି ହେବାବେଳେ ଭାସିଯାଇ ପ୍ରାଣ ହରାଇଥିଲେ। ହେଲେ ବି ପ୍ରଶାସନକୁ ଚେତା ଆସୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ବର୍ତମାନ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ମା ଓ ଶିଶୁ କନ୍ୟା ଭଲ ଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ନଦୀ ଉପରେ ପୋଲ ଖଣ୍ଡିଏ ନିର୍ମାଣ କରିବା ସକାଶେ ବାରମ୍ବାର ଦାବି କରାଯାଇଥିଲେ ପ୍ରଶାସନ କିମ୍ବା ରାଜନେତାଙ୍କ ଦୃଷ୍ଠି ପଡୁନଥିବା ୫ଟିର କାର୍ଯ୍ୟକାରିତା ଉପରେ ଉଠିଛି।

ସମ୍ବନ୍ଧିତ ଖବର