ସୋର ଉପକାରାଗାରରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣା: ସବ୍‌ଜେଲର ପ୍ରିୟମ୍ବଦା ପଣ୍ତା ନିଲମ୍ବିତ

ସୋର: ଗତ ୧ ତାରିଖ ଦିନ ସୋର ଉପକାରାଗାର ପରିସରରୁ ଜଣେ ବିଚାରାଧୀନ କଏଦୀ ଫେରାର୍‌ ହୋଇଯାଇଥିବା ଘଟଣାରେ ସବ୍‌ଜେଲର ପ୍ରିୟମ୍ବଦା ପଣ୍ତା ନିଲମ୍ବିତ ହୋଇଛନ୍ତି। ପ୍ରକାଶ ଥାଉକି ମୟୂରଭଞ୍ଜ ଅଂଚଳର ଘନ ସିଂ ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଏହି ଉପକାରାଗାରରେ ଥିଲେ। ସେ ଉପକାରାଗାର ପରିସରରେ ସ୍ବଚ୍ଛତା କାର୍ଯ୍ୟରେ ଅନ୍ୟ କଏଦୀଙ୍କ ସହ ନିୟୋଜିତ ଥିବା ବେଳେ ଉପକାରାଗାର କର୍ତ୍ତୃପକ୍ଷଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ବିଲ ଭିତରେ ଦୌଡ଼ି ପଳାଇଥିଲେ। ଅଦ୍ୟାବଧି ଘନଙ୍କୁ ଧରିବାରେ ଉପକାରାଗାର କର୍ତ୍ତୃପକ୍ଷଙ୍କ ସହ ପୁଲିସ ବିଫଳ ହୋଇଥିବା ବେଳେ ବିଭଗୀୟ ଡିଜି ଗତକାଲି ପ୍ରିୟମ୍ବଦାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କ ସ୍ଥାନରେ ବୈଲୋଚନ ଦାସଙ୍କୁ ସୋର ସବ୍‌ଜେଲର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର