ଏମ୍‌ବିବିଏସ, ବିଡିଏସ୍‌ ସିଟ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ସର୍ବଭାରତୀୟ କୋଟାରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମ ଲେଖାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀମାନେ ୧୮ ତାରିଖ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ନିଜ ନାମ ପଞ୍ଜୀକରଣ କରାଇପାରିବେ। ୧୯ ତାରିଖ ଦିନ ୧୦ଟାରୁ ଅପରାହ୍‌୍‌ଣ ୫ଟା ପର୍ଯ୍ୟନ୍ତ ଚଏସ୍‌ ଫିଲିଂ ଓ ଲକିଂ କରିହେବ। ଜୁନ୍‌ ୨୦ ଓ ୨୧ ତାରିଖରେ ସିଟ୍‌ ଆଲଟମେଣ୍ଟ୍‌ ପ୍ରକ୍ରିୟା ଜାରି ରହିବ। ଜୁନ୍‌ ୨୨ରେ ରେଜଲ୍ଟ୍‌ ବାହାରିବା ସହ ୨୩ ତାରିଖରୁ ଜୁଲାଇ ୩ ସୁଦ୍ଧା ଛାତ୍ରଛାତ୍ରୀମାନେ ମେଡିକାଲ୍‌ କଲେଜଗୁଡ଼ିକରେ ରିପୋର୍ଟିଂ କରିପାରିବେ।

ପ୍ରଥମ ପର୍ଯ୍ୟାୟ ମେଡିକାଲ୍‌ କାଉନ୍‌ସେଲିଂ ପରେ ସର୍ବଭାରତୀୟ କୋଟାରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକରେ ନାମ ଲେଖିବା ପାଇଁ ଜୁଲାଇ ୬ରୁ ୮ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ। ଜୁଲାଇ ୯ ତାରିଖ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚଏସ୍‌ ଫିଲିଂ ଓ ଲକିଂ କରିହେବ। ଜୁଲାଇ ୧୦ ଓ ୧୧ ତାରିଖରେ ସିଟ୍‌ ଆଲଟମେଣ୍ଟ୍‌ ପ୍ରକ୍ରିୟା ହେବା ସହିତ ଜୁଲାଇ ୧୨ରେ ରେଜଲ୍ଟ୍‌ ବାହାରିବ।

ସମ୍ବନ୍ଧିତ ଖବର