ଗୋଳାବାରୁଦ କାରଖାନା ନିଗମୀକରଣ ନିଷ୍ପତ୍ତିକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସଇନ୍ତଳା : ପ୍ରତିରକ୍ଷା ବିଭାଗ ଦ୍ୱାରା ପରିଚାଳିତ ୪୧ଟି ଗୋଳାବାରୁଦ କାରଖାନାକୁ କେନ୍ଦ୍ର ସରକାର ନିଗମୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ବିରୋଧ କରି ଶନିବାର ବଲାଙ୍ଗୀର ଜିଲ୍ଲା ସଇନ୍ତଳା ନିକଟସ୍ଥ ବଡ଼ମାଲ ଗୋଳାବରୁଦ କାରଖାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘର ସହ ସଂପାଦକ ରବୀନ୍ଦ୍ର ମିଶ୍ରଙ୍କ ଆହ୍ୱାନକ୍ରମେ ୱାର୍କର୍ସ ୟୁନିଅନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ଏହି ନି‌‌ଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ସମାଲୋଚନା କରାଯାଇଥିଲା। ଏଥିରେ ୟୁନିଅନ ସଭାପତି ଭରତ ମାଝୀ, ସଂପାଦକ ହରିହର ସିଂହ, କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଟେଲ, କାର୍ଯ୍ୟ ସମିତି ସଭ୍ୟ ପ୍ରଦୀପ କର, ଯୋଗେଶ ମେହେର, କିରଣ ସେନାପତି, ଅନିଲ ବେହେରା, ଅଶ୍ୱିନୀ ପାଢ଼ୀ, ଏନ୍‌. ଏସ୍‌. ନାଇଡୁ, ପ୍ରକାଶ ମହାପାତ୍ର, ବିକାଶ ସାହୁ, ଅରୁଣ ସାହୁ, ହରିହର ଦାଶ, ଶତଦଳ ବେହେରା, ଅନ୍ତର୍ଯ୍ୟାମୀ ନାଗ, ବିଶ୍ୱମ୍ବର ତ୍ରିପାଠୀ, ଶିଶିର ବେହେରାଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର