ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଜୟପାଟଣା : ଶନିବାର ଭୋରରୁ ଜୟପାଟଣା ଥାନା ମଙ୍ଗଳପୁର ଗ୍ରାମର ଯୁବକ ରଶି ଲଗାଇ ଏକ ଗଛ ଉପରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଥିଲା। ଖବର ପାଇ ଜୟପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିବା ସୂଚନା ମିଳିଛି।

ସୂଚନାରୁ ପ୍ରକାଶ ଯେ ମଙ୍ଗଳପୁର କଲୋନିପଡ଼ାର ଡମୁ ଉମରିଆଙ୍କ ପୁଅ ପ୍ରହ୍ଲାଦ ଉମରିଆ (୨୦ ବର୍ଷ) କିଛି ମାସ ହେବ ବଡ଼କର୍ଲାକୋଟରେ ନିଜ ସମ୍ପର୍କୀୟଙ୍କ ଘରେ ରହି ଟେଣ୍ଟ୍‌ କାମ କରୁଥିଲା। ଶୁକ୍ରବାର ରାତିରୁ ସେ ଘରକୁ ଫେରିନଥିଲେ। ଭୋରରୁ ଛତାପଦର ଗ୍ରାମର ଏକ ଗଛ ଉପରେ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର