କୋଭିଡ ଲକ୍ଷଣ ଥିଲେ ସ୍କୁଲକୁ ନ ଆସିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ବୁର୍ଲା ଓ ସୁନ୍ଦରଗଡ଼ରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ଉପରେ ପ୍ରତିକ୍ରିୟା

ଭୁବନେଶ୍ବର: ସୁନ୍ଦରଗଡ଼ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀଙ୍କଠାରେ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁ ନାହିଁ । ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଅଛନ୍ତି। ଯେଉଁମାନେ ସଂକ୍ରମିତ, ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। କଲେଜ ଛାତ୍ରଛାତ୍ରୀ ଟିକା ନେଇଥବାରୁ ଗୁରୁତର ହେବାର ଆଶଙ୍କା ନାହିଁ। କିନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି।

ସ୍କୁଲ ଓ କଲେଜରେ କର୍ତ୍ତୃପକ୍ଷ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତୁ। ସ୍କୁଲ ଓ କଲେଜରେ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ସଚେତନ ରହିଲେ, ସଂକ୍ରମଣକୁ ରୋକିପାରିବା। ଭୟଭୀତ ହେବାର ନାହିଁ, ଓଡ଼ିଶାରେ ସଂକ୍ରମଣ କମୁଛି।

ସମ୍ବନ୍ଧିତ ଖବର