୩ରେ ପୁରୀ ବନ୍ଦ

ପୁରୀ : ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆସନ୍ତା ୩ ତାରିଖରେ ପୁରୀ ବନ୍ଦ ଡାକରା ଦିଆଯାଇଛି। ଶ୍ରୀ ମନ୍ଦିରରେ ଧାଡି ଦର୍ଶନକୁ ବିରୋଧ, ସାମ୍ବାଦିକଙ୍କୁ ଆକ୍ରମଣ, ପୁଲିସର ମାତ୍ରାଧିକ ଦମନଲୀଳା, ଦାନ ଦକ୍ଷିଣା ବନ୍ଦର ପ୍ରତିବାଦ, ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବା, ସିଦ୍ଧ ମହାବୀରଙ୍କଠାରେ ଓଭରବ୍ରିଜ ନିର୍ମାଣ କରିବା ଆଦି ଦାବିରେ ଜଗନ୍ନାଥ ସେନା ତରଫରୁ ବନ୍ଦ ଡାକରା ଦିଆଯାଇଛି।

ସମ୍ବନ୍ଧିତ ଖବର