ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ରହିବ ଲକ୍ଷ୍ମୀ ମନ୍ଦିରର ବ୍ୟବସ୍ଥାବଳି

ପ୍ରତି ତିନିମାସରେ ହେବ ପରିଚାଳନାର ସମୀକ୍ଷା

ପୁରୀ: ମଙ୍ଗଳବାର ପୁରୀରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଏକ ବୈଠକ ଆୟୋଜିତ ହୋଇ ଯାଇଛି । ଏହି ବୈଠକରେ ପୁରୀ ଲକ୍ଷ୍ମୀ ମନ୍ଦିରର ବ୍ୟବସ୍ଥାବଳି ଏଣିକି ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିବ ବୋଲି ନିଷ୍ପତ୍ତି ହୋଇଛି। କେବଳ ଏତିକି ନୁହେଁ, ପ୍ରତି ତିନିମାସରେ ଥରେ ଲକ୍ଷ୍ମୀ ମନ୍ଦିର ପରିଚାଳନାର ସମୀକ୍ଷା କରାଯିବା ଲାଗି ସ୍ଥିର ହୋଇଛି। ଆସନ୍ତା ଗୁରୁବାର ଲକ୍ଷ୍ମୀ ମନ୍ଦିର ଭଣ୍ଡାରର ଅଳଙ୍କାର ଗଣତି ହେବା ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୈଠକରେ ନିଷ୍ପତ୍ତିି ନିଆଯାଇଛି।

ସମ୍ବନ୍ଧିତ ଖବର