ଧାନବିଲରେ ଲୁଚି ରହିଥିଲା ୭ ଫୁଟିଆ ଅଜଗର, ଚତୁରତାର ସହ ଉଦ୍ଧାର କଲେ ହେଲପ୍‌ଲାଇନର ସଦସ୍ୟ

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମଭି-୧୦ ନମ୍ବର ଗ୍ରାମରେ ଏକ ବିରାଟ ଅଜଗର ଉଦ୍ଧାର କରାଯାଇଛି। ଏକ ଧାନ ବିଲରେ ଅଜଗର ଲୁଚି ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମାଲକାନଗିରିର ସ୍ନେହାଶିଷଙ୍କୁ ଖବର ଦେଇଥିଲେ। ସ୍ନେକ ହେଲପ୍‌ଲାଇନର ଏହି ସଦସ୍ୟ ତୁରନ୍ତ ଏମଭି-୧୦ ଗ୍ରାମରେ ପହଞ୍ଚି ଅଜଗରକୁ ଖୋଜିଥିଲେ।

ତେବେ ବିଲରେ ଧାନଗୁଡିକ ତଳେ ପଡି ରହିଥିବାରୁ ସେହି ଧାନ ଗଦା ଭିତରେ ପଶି ଲୁଚି ରହିଥିଲା। ସ୍ନେହାଶିଷ କିନ୍ତୁ ଅତି ଚୁତୁରତାର ସହ ସେହି ଅଜଗରକୁ କାବୁ କରିଥିଲେ। ତୁରନ୍ତ ପଦକୁ କାଢିଥିଲେ। ଅଜଗରଟି ପ୍ରାୟ ୭ ଫୁଟ ରହିଥିବା ବେଳେ ୧୫ କିଲୋରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ତେବେ ଅଜଗର ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶିଆସୁଥିବା କୁହାଯାଇଛି। କୌଣସି ଲୋକଙ୍କୁ ଆକ୍ରମଣ କିମ୍ବା କ୍ଷତି ପହଞ୍ଚାଇନଥିବା ଦେଖିବାକୁ ମିଳିଛି। ନିକଟସ୍ଥ ଜଂଗଲରେ ଅଜଗରମାନେ ସହର ଏବଂ ଗାଁ ମୁହାଁ ହେଉଛନ୍ତି।  ଏହି ଅଜଗରକୁ ପୁଣି ଜଂଗଲରେ ଛାଡି ଦିଆଯାଇଥିବା କୁହାଯାଇଛି। କିନ୍ତୁ ଅଜଗରକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ।

ସମ୍ବନ୍ଧିତ ଖବର