ରାହୁଲଙ୍କ ଫୁଲବାଣୀ ଗସ୍ତ ବାତିଲ

ଭୁବନେଶ୍ବର : ଆସନ୍ତାକାଲି ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଫୁଲବାଣୀ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। କିନ୍ତୁ ରାହୁଲଙ୍କ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ପାଣିପାଗ ଖରାପ ଥିବା କାରଣରୁ ଏହି ଗସ୍ତ ବାତିଲ ହୋଇଥିବା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସୂଚନା ଦେଇଛି। ତେବେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା କଂଗ୍ରେସର ସାମୟିକ ପ୍ରଭାରୀ ଟି.ଏସ୍‌.ସିଂହଦେଓ ଫୁଲବାଣୀ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର