ହାତରେ କୋଦାଳ ଧରି ଅଳିଆ ଗଦାରେ ପଶି ଆବର୍ଜନା ସଫା କଲେ ବିଡ଼ିଓ

କନ୍ଧମାଳ: ଅଳିଆ ଗଦାରେ ପଶି ଆବର୍ଜନା ସଫା କଲେ ସରକାରୀ ବାବୁ | ଅଳିଆ ଆବର୍ଜନା ପାଇଁ ଲୋକ ହନ୍ତସନ୍ତ ହେଉଥିବାର ଅନୁଭବ କରି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଡ଼ିଓ ପ୍ରବୀଣ କୁମାର ବାଣୁଆ ନିଜେ ଆବର୍ଜନା ସଫା କରିଛନ୍ତି | ନିଜ ଅଂଚଳରେ ଆବର୍ଜନା ବଢୁଥିବା ଦେଖି ବିଡ଼ିଓ ଜଣକ ନିଜେ କିଛି କରିବାକୁ ଅଣ୍ଟା ଭିଡ଼ିଥିଲେ | ହାତରେ କୋଦାଳ ଧରି ଅଳିଆ ଗଦା ଭିତରକୁ ପଶିଥିଲେ ଓ ଜମିରହିଥିବା ଆବର୍ଜନାକୁ ସଫା କରିଥିଲେ | ତିନିମାସ ତଳେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରୁ ବଦଳି ହୋଇ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ରାଇକିଆ ବ୍ଲକରେ ଯୋଗ ଦେଇଥିଲେ |

ନିଜ ଅଂଚଳରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନାକୁ ସଫା କରିବା ପାଇଁ ଶୀତତାପ ନିୟନ୍ତ୍ରିତ ଅଫିସ ଛାଡି ଅଳିଆ ଗଦା ଭିତରେ ପଶିଥିଲେ | କୋଦାଳ ମାଧ୍ୟମରେ ମାଟିରେ ମିଶିପାରୁନଥିବା ପ୍ଲାଷ୍ଟିକ ଜରି ସହ ପ୍ଲାଷ୍ଟିକ ବୋତଲକୁ କାଢି ଅଂଚଳଠାରୁ ଦୂରରେ ପକାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ |

ବିଡ଼ିଓଙ୍କୁ ଖୋଦ ସଫେଇ କାମ କରୁଥିବାର ଦେଖି ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସହ କଲେଜ ଛାତ୍ରଛାତ୍ରୀ ମଧ୍ୟ ସହଯୋଗ କରିଥିଲେ | ଏ ନେଇ ବିଡ଼ିଓଙ୍କ କହିବା କଥା ଯେ ନିଜ ଆଖପାଖ ଅଂଚଳକୁ ସ୍ଵଛ ରଖିବା ସମସ୍ତଙ୍କ ଦାୟିତ୍ୱ, ଏଥିରୁ ବା ସେ କିପରି ବାଦ ପଡ଼ିପାରିବେ | ନିଜ ଅଂଚଳର ସରକାରୀ ବାବୁଙ୍କ ଏହି କାମକୁ ଦେଖି ଏବେ ସମସ୍ତଙ୍କ ମୁଁହରେ ଗୋଟିଏ କଥା ମନ କିଣିନେଲେ ବିଡ଼ିଓ ବାବୁ |

ସମ୍ବନ୍ଧିତ ଖବର