ରଥ ଖଳା ହାଲ୍‌ଚାଲ୍‌ ଆଗେଇ ଚାଲିଛି ପ୍ରଭା ରଙ୍ଗ କାମ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତିନି ରଥର ଶେଷ କାମ ଭାବେ ବିବେଚିତ ପ୍ରଭା କାମକୁ ମହାରଣା ସେବକମାନେ ଏହା ଭିତରେ ଶେଷ କରିଛନ୍ତି। ରୂପକାର ସେବକମାନେ ଏହାକୁ ରୂପ ଦେବା ପରେ ଚିତ୍ରକାର ସେବକମାନେ ଏହାକୁ ରଙ୍ଗ ଦେବାରେ ନିମଗ୍ନ ଅଛନ୍ତି। ଏକାଧିକ ଚିତ୍ରକର ସେବକ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନର ପ୍ରଭାରେ ରଙ୍ଗ ଦେବା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ରଙ୍ଗ କାମ ସରିବା ପରେ ପ୍ରଭାକୁ ତିନି ରଥରେ ସଂଯୋଗ କରାଯିବ। ସେପଟେ ରଥଯାତ୍ରା ସମୟରେ ପହଣ୍ଡି ବିଜେ ପାଇଁ ଆବଶ୍ୟକ ସେନାପଟା କାମ ଦୋଳବେଦିଠାରେ ଆଗେଇ ଚାଲିଛି। ଭୋଇ ସେବକ ଓ ଅନ୍ୟ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ସେପଟେ ଦୋଳବେଦି କମାରଶାଳରେ ଲୌହକଣ୍ଟା ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବନ୍ଧିତ ଖବର