ରେଭେନ୍ସା କୁଳପତି ନିଯୁକ୍ତି ବିବାଦ ମାମଲାରେ ଯୁକ୍ତି ଉପସ୍ଥାପନ, ପରବର୍ତ୍ତୀ ଶୁଣାଣି୧୬ରେ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ଅଭିଯୋଗ ସଂପର୍କିତ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଆବେଦନକାରୀ ଓ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ କୁଳାଧିପତି ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ଏହି ମାମଲାରେ ପୂର୍ବରୁ କୁଳାଧିପତି ଓ ରେଭେନ୍ସା ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ତିନୋଟି ମାମଲାର ଏକତ୍ର ଶୁଣାଣି ଚାଲିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ଅକ୍ଟୋବର ୨୩ରେ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ କୁଳପତିଙ୍କ ନିଯୁକ୍ତି ବେଳେ ୟୁଜିସି ନିୟମାବଳୀ ଅନୁସରଣ କରାଯାଉଥିବା ବେଳେ ଅକ୍ଟୋବର ୨୩ରେ କୁଳପତି ପଦ ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ଶିକ୍ଷାଗତ ଯୋଗ୍ୟତା ଓ ଅନୁଭବ ପ୍ରସ˚ଗରେ ଏହାର ଉଲ୍ଲ˚ଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପ୍ରଫେସର ଡକ୍ଟର ନଚିକେତା ଦାସ ହାଇ‌େକାର୍ଟରେ ମାମଲା ରୁଜୁ କରିଥିଲେ। ସେହିପରି ପୃଥକ ଭାବେ ଏହି ପ୍ରସଂଗକୁ ନେଇ ଡକ୍ଟର ଜୟକୃଷ୍ଣ ପଣ୍ଡା ଓ ସୁବାସ ଚନ୍ଦ୍ର ସାମଲଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧିତ ଖବର