ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥନୈତିକ ପ୍ରଭାବ ନେଇ ପୀତବା‌ସଙ୍କ ଗବେଷଣା

ଭୁବନେଶ୍ବର : ବିଶିଷ୍ଟ ଜଗନ୍ନାଥ ସଂସ୍କୃତିି ଗବେଷକ ତଥା ଲେଖକ ପୀତବାସ ରାଉତରାୟ ‘ଓଡ଼ିଶାର ଜନଜୀବନ ଉପରେ ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥନୈତିକ ପ୍ରଭାବ’ ବିଷୟରେ ଗବେଷଣା କରି କିଟ୍‌ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍‌ ଲାଭ କରିଛନ୍ତି। ଏହି ବିଶ୍ବବିଦ୍ୟାଳୟର ଉପ କୁଳପତି ଡକ୍ଟର ସସ୍ମିତା ସାମନ୍ତ ଓ ଆଇନ ବିଭାଗର ପ୍ରଫେସର ଡକ୍ଟର ରତିକାନ୍ତ ନନ୍ଦଙ୍କ ତତ୍ତ୍ବାବଧାନରେ ସେ ଗବେଷଣା କରିଥିଲେ। ଜଗନ୍ନାଥ ମନ୍ଦିରର ଅର୍ଥନୈତିକ ଦିଗ ଉପରେ ଏହା ହେଉଛି ପ୍ରଥମ ଗବେଷଣା। ଶ୍ରୀ ରାଉତରାୟ ‘ସମ୍ବାଦ’ର ଜଣେ ନିୟମିତ ସ୍ତମ୍ଭକାର ଏବଂ ବ୍ୟଙ୍ଗ ରଚନାକାର ଭ‌ାବେ ପ୍ରସିଦ୍ଧ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଦୀର୍ଘ ବର୍ଷ ହେଲା ବିଭିନ୍ନ ଅନୁଭୂତି ଓ ଗଳ୍ପ ସଙ୍କଳନମାନ ପ୍ରକାଶ କରିଆସୁଛନ୍ତି।

ସମ୍ବନ୍ଧିତ ଖବର