‘କଥା’ ନବପ୍ରତିିଭା ପ୍ରତିଯୋଗିତା ଫଳାଫଳ ଘୋଷିତ

ଭୁବନେଶ୍ବର : ସମ୍ବାଦ ଗ୍ରୁପ୍‌ର ଲୋକପ୍ରିୟ ମାସିକ ଗଳ୍ପ ପତ୍ରିକା ‘କଥା’ ପକ୍ଷରୁ ଆୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା-୨୦୨୧’ର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଏଥିରେ ପ୍ରାୟ ତିନି ଶହ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧୢରୁ ୧୦ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେହି ନବପ୍ରତିଭା ଓ ତାଙ୍କର ଗଳ୍ପଗୁଡ଼ିକ ହେଲା ଶୁଭଶ୍ରୀ ତନିମା ନାୟକ (ଗୋଟେ ଲମ୍ବା ଗ୍ରୀଷ୍ମ ଛୁଟି), ବିକାଶ କୁମାର ଜେନା (ହନି ଟ୍ରାପ୍), ସତ୍ୟରଂଜନ ମିଶ୍ର (ଲେଉଟିଆ ଶାଗ), ସୌମ୍ୟରଂଜନ କ୍ଷେତୀ (ବଏଲାରେ), ଅନ୍ତର୍ଯ୍ୟାମୀ ମିଶ୍ର (ବାପା ଓ ଦେଶ), ଏକତା ପଣ୍ଡା (ଅବାସ୍ତବ), ସ୍ବାଗତିକା ମିଶ୍ର (ନିରୁଦ୍ଦିଷ୍ଟ ନାୟିକା), ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ (ବୁଢ଼ାଟା ଚାଲିଗଲା ବୋଧେ), ପ୍ରମିଉମିତା ଜାନା (ଅଫେରା ପଥ) ଏବ˚ ସ୍ଥିତପ୍ରଜ୍ଞା ପାଣିଗ୍ରାହୀ (ମୋ ବୋଉର ଶାଶୂ)।

ବିଶିଷ୍ଟ କଥାକାର ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଅରବିନ୍ଦ ରାୟ ଏବଂ ଚିରଶ୍ରୀ ଇନ୍ଦ୍ରସିଂ ଚଳିତ ବର୍ଷର ବିଚାରକ ଭାବେ ଯୋଗଦେଇ ଗଳ୍ପଗୁଡ଼ିକ ଚୟନ କରିଥିଲେ। ପୁରସ୍କୃତ ପ୍ରତିଭାମାନଙ୍କ ଗଳ୍ପଗୁଡ଼ିକୁ ନେଇ ଆସନ୍ତା ଅକ୍‌ଟୋବର ମାସରେ ‘କଥା’ର ନବପ୍ରତିଭା ବିଶେଷାଙ୍କ ପ୍ରକାଶ ପାଇବ। ଏହାଛଡ଼ା ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ସହିତ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ‘କଥା’ର ସମ୍ପାଦକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର