ବର୍ଷାଜନିତ ଫସଲହାନୀ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଆସିନି ଚିନ୍ତାଜନକ ପରିସ୍ଥିିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଦୁଇ ଦିନ ହେବ ବର୍ଷା ଲାଗି ରହି ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ଷାଜନିତ ଫସଲହାନୀ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସମୀକ୍ଷା କରିଛନ୍ତି। ବୈଠକ ପରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି, ଏପର୍ଯ୍ୟନ୍ତ ୧୫ଟି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ବର୍ଷା ହୋଇଛି। କୃଷି ସଚିବ କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ସବୁ ବିଭାଗର ଫିଲ୍ଡ ଅଫିସରଙ୍କୁ ସତର୍କ ରହିବାକୁ କୁହାଯାଇଛି। ରବି ଫସଲ କାର୍ଯ୍ୟ ତ୍ୱରାନ୍ଵିତ ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର