ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

ନିର୍ବାଚନ କମିସନଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌରସଂସ୍ଥା ନିର୍ବାଚନକୁ ଶାନ୍ତି, ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ କଟକ-ଭୁବନେଶ୍ୱର ଦୈତନଗରୀର ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲୋ ବିଶେଷ କରି କଟକ ଓ ଭୁବନେଶ୍ୱର
ମହାନଗର ନିଗମ ଅଞ୍ଚଳରେ ହେବାକୁ ଥିବା ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରାପଦ ଭାବେ ପରିଚାଳନା କରିବା ନିମନ୍ତେ ବିସ୍ତୃତ ଭାବେ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ ଆଦର୍ଶ ଆଚରଣ ବିଧିକୁ ସଠିକ୍ ଭାବେ ଅନୁପାଳନ ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ନିର୍ବାଚନ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତିା

ମହାନଗର ନିଗମ ଅଞ୍ଚଳର ସବୁ ବୁଥରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଦୈତ୍ୟନଗରୀର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତିା ନିର୍ବାଚନ ସାମଗ୍ରୀ ବଣ୍ଟନ ନିମନ୍ତେ ୩୩ଟି କେନ୍ଦ୍ର ଖୋଲାଯାଇ ନିର୍ବାଚନ ସାମଗ୍ରୀଗୁଡ଼ିକୁ ସୁରୁଖୁରୁରେ ବଣ୍ଟନ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମର କମିସନର ସଂଜୟ କୁମାର ସିଂହ ପ୍ରକାଶ କରିଛନ୍ତିା ଏଥର ନିର୍ବାଚନରେ ମହିଳା ବୁଥ୍ ଓ ଆଦର୍ଶ ବୁଥ୍ ସ୍ଥାପନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେ ଇଛନ୍ତିା ନିର୍ବାଚନ ପୂବର୍ରୁ ପୁଲିସ ପାଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବା ନିମନ୍ତେ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତିା

ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମର କମିସନର ଅର୍ଚ୍ଚନା ଦାସ, ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂହ, କଟକ ଓ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

ସମ୍ବନ୍ଧିତ ଖବର