ଆର୍‌ଆଇ ନିଖୋଜ; ଥାନାରେ ମାମଲା

ବାଙ୍କୀ : ଆରଆଇ ନିଖୋଜ ହୋଇଯାଇଛନ୍ତି। ଏ ସଂପର୍କରେ ଥାନାରେ ମାମଲା ରୁଜୁ ହେବା ଘଟଣା କଟକ ଜିଲ୍ଲା ଡମପଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ ବାଙ୍କୀ–ଡମପଡା ବ୍ଲକ ଅଧୀନ ଡମପଡା ରାଜସ୍ବ ନିରୀକ୍ଷକ ଦେବାଶିଷ ପଣ୍ତାଙ୍କ ବିରୋଧରେ ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବହୁ ଅଭିଯୋଗ କରାଯାଇଥିଲା। ଗତ ୩ ତାରିଖରୁ ଶ୍ରୀ ପଣ୍ତା କାର୍ଯ୍ୟ ଯୋଗ ‌ନ ଦେବାରୁ ଜନସାଧାରଣଙ୍କ ବିଭିନ୍ନ ଜରୁରୀ କାର୍ଯ୍ୟରେ ବାଧା ଉପୁଜି ଥିଲା। ସଂପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହେବାରୁ ଏବେ ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଛି। ଡମପଡା ତହସିଲଦାର ଇନ୍ଦିରା ସାହୁଙ୍କ ପକ୍ଷରୁ ରାଜସ୍ବ ନିରୀକ୍ଷକ ଦେବାଶିଷ ପଣ୍ତାଙ୍କ ନିଖୋଜ ସମ୍ପର୍କରେ ବାଙ୍କୀ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୋଗ ଗ୍ରହଣ କରି ଏ ସଂପର୍କରେ ଛାନଭିନ ଆରମ୍ଭ କରିଛି ବୋଲି ଥାନାଧିକାରୀ ସମୀର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର