ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଆରଆଇ କ୍ବାଟର ଖତ ଖାଇଲାଣି

ଜୟପୁର: ଲକ୍ଷାଧିକ ଟଙ୍କା ବ୍ୟୟରେ ଜୟନଗର ମାରୁତିଲାଇନ୍ ପରିସରରେ ନିର୍ମାଣ କରାଯାଇଛି ଜୟପୁର ଆରଆଇ(ରାଜସ୍ବ ନିରୀକ୍ଷକ)ଙ୍କ ବାସଭବନ ଓ କାର୍ଯ୍ୟାଳୟ। ତେବେ ନିର୍ମାଣ ସରିବାର ୨ବର୍ଷ ପରେ ବି ଏଠାକୁ ଆରଆଇଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇ ପାରିନି। ଫଳ ସ୍ବରୁପ ଏହି କୋଠାଟି ସେଭଳି ପଡ଼ି ରହି ଖତ ଖାଇଲାଣି।

ସେଭଳି କ୍ବାଟରର ଚାରି ପଟେ ଲତାବୁଧା ଗଛ ଉଠିବା ସହ ସାପ ଓଅନ୍ୟ ଜୀବଜନ୍ତୁଙ୍କ ଘର ପାଲଟିଲାଣି। ଅନ୍ୟ ପକ୍ଷରେ ପୁରୁଣା ତହସିଲର ଭଙ୍ଗା ଦଦରା ରୁମ ମଧ୍ୟରେ ସଂପ୍ରତି ଏହି କାର୍ଯ୍ୟାଳୟ ଚାଳିଛି। ଲକ୍ଷାଧିକ ଟଙ୍କା ସରକାରୀ ଅର୍ଥ ଶ୍ରାଦ୍ଧ କରି କ୍ବାଟର ନିର୍ମାଣ ହେବା ପରେ ଏହା କାର୍ଯ୍ୟକ୍ଷମ କାହିଁକି ହେଉନି ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର