ପ୍ରଫେସର କ୍ଷିତିଭୂଷଣ ଦାସ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗର ପୂର୍ବତନ ପ୍ରଫେସର୍‌ କ୍ଷିତିଭୂଷଣ ଦାସ ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଉପକୁଳପତି ଭାବେ କାର୍ଯ୍ୟ କରୁଥିବା ପ୍ରଫେସର୍‌ ଦାସଙ୍କର ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଅଧୀନରେ ବହୁ ଛାତ୍ରଛାତ୍ରୀ ପିଏଚଡି ଓ ଏମ୍‌ ଫିଲ ଡିଗ୍ରି ହାସଲ କରିଛନ୍ତି। ସେ ୩ଟି ପୁସ୍ତକ ଲେଖିବା ସହ ତାଙ୍କ ଦ୍ବାରା ପ୍ରସ୍ତୁତ ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ, ସିଡିସି ନିର୍ଦେଶକ ଭାବେ ସଫଳତାର କାର୍ଯ୍ୟ କରିଥିବା ପ୍ରଫେସର ଦାସ କହିଛନ୍ତି ଯେ ଆଞ୍ଚଳିକ ବିକାଶରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ଝାଡ଼ଖଣ୍ଡରେ ଶିକ୍ଷାର ବିକାଶ କ୍ଷେତ୍ରରେ କିଭଳି ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟ ସହାୟକ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବି। ନୂଆ ଶିକ୍ଷାନୀତିର କାର୍ଯ୍ୟନ୍ବୟନ ସାଙ୍ଗକୁ ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା କ୍ଷେତ୍ରରେ କାମ କରିବି ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ବିଶ୍ବବିଦ୍ୟାଳୟ ବ୍ୟତୀତ ଦେଶର ୧୧ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନୂତନ କୁଳପତି ଚୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର