ବଜେଟ୍‌ ସ୍ବତନ୍ତ୍ର : ମମତା ଯୋଜନା ପାଇଁ ୨୭୯ କୋଟି

ମିସନ ଶକ୍ତି ଅର୍ଥନୈତିକ ସୁଯୋଗକୁ ସୁନିଶ୍ଚିତ କରିବା ଲାଗି ୩୧୬ କୋଟି ଟଙ୍କା
ବ୍ଲକସ୍ତରରେ ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ୧୦୦ କୋଟି ଖର୍ଚ୍ଚ ଯୋଜନା।
ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ-୨.୦ ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି ୨୨୮୬ କୋଟି ଖର୍ଚ୍ଚ ହେବ। ଏହି ଯୋଜନାର ରାଜ୍ୟ ସହାୟତା ଅଂଶ ଭାବେ ୩୭୮ କୋଟି ଟଙ୍କା ଦିଆଯାଇଛି।
ମିସନ ବାତ୍ସଲ୍ୟ ଯୋଜନାରେ ୭୭ କୋଟି ଟଙ୍କା ବ୍ୟୟବରାଦ।
ସୋପାନ ଯୋଜନା ଲାଗି ୫ବର୍ଷରେ ୧୦୪୮ କୋଟି ଟଙ୍କା ଖର୍ଚ୍ଚ ଯୋଜନା ରହିଛି। ୨୦୨୧-୨୨ରେ ୫୧ କୋଟି ଟଙ୍କାର ପ୍ରସ୍ତାବ ରହିଛି।
ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୨୯ ହଜାର ୬୩ କୋଟି ଟଙ୍କା ଖର୍ଚ୍ଚ େଯାଜନା
ଅସୁରକ୍ଷିତ ଅନୁସୂଚିତ ଜନଜାତିଙ୍କ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ୫୦ କୋଟି ଟଙ୍କା ବରାଦ ହୋଇଛି।
ସେହିଭଳି ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିକାଶ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଅଧୀନରେ ୫୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ମଧୁବାବୁ ପେନସନ୍ ଯୋଜନାରେ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ଯୋଜନା।
ଜାତୀୟ ସାମାଜିକ ସହାୟତା ଯୋଜନାରେ ୯୨୩ କୋଟି ଟଙ୍କା ଖର୍ଚ୍ଚ ଲାଗି ବ୍ୟବସ୍ଥା।
ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ୧୦୫ େକାଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।
୧୦ଟି ଜିଲ୍ଲାର ସଦର ମହକୁମାରେ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ ସ୍ଥାପନ ଲାଗି ୧୩୩ କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର