କିରୋସିନ କଳା କାରବାର, ରସୁଣ ଗୋଦାମରୁ ୩ ଲକ୍ଷ ଟଙ୍କାର କିରୋସିନ ଜବତ

ସମ୍ବଲପୁର : ରସୁଣ ଗୋଦାମରେ ଚାଲିଥିବା ବେଆଇନ କିରୋସିନ କାରବାର। ବୁଧବାର ଭିଜିଲାନସ୍‌ ଓ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରି ପିଡିଏସ୍‌ ବ୍ୟାପକ ପରିମାଣର କିରୋସିନ ଦେଖିବା ପରେ ଆଚମ୍ବିତ‌ ହୋଇଯାଇଥିଲେ। ସମ୍ବଲପୁର ତାଲଭଟ୍ଟାପଡ଼ା ନିବାସୀ ଦୀପକ ଗୋୟଲଙ୍କ ବରେଇପାଲିରେ ରସୁଣ ଗୋମାମ ରହିଛି। ଏହି ଗୋଦାମ ପରିସରରେ ଚଢ଼ଉ ବେଳେ ୬୯୧୭ ଲିଟିଟ(୩୩ ବ୍ୟାରେଲ) ପିଡିଏସ୍‌ କିରୋସିନ ମିଳିଥିଲା। ଏହାର ମୂଲ୍ୟ ୨ ଲକ୍ଷ ୯୮ ହଜାର ୩୪୮ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଭିଜିଲାନସ୍‌ ପକ୍ଷରୁ ୭ ଇସି ଆକ୍ଟରେ ଦୀପକ ‌ଗୋୟଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗରିବ ଲୋକମାନଙ୍କୁ ରାସନ କାର୍ଡରେ କିରୋସିନ ଯୋଗାଇ ଦେଇଥାନ୍ତି। କିରୋସିନ କଳାବଜାର ଯେମିତି ହୋଇନପାରିବ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବି ରହିଛି। ଏହା ସତ୍ତ୍ବେ ଡିପୋରୁ‌ ରିଟେଲରଙ୍କ ପାଖରେ ପହଂଚିବା ପୂର୍ବରୁ କିରୋସିନ ବାଟମାରଣା ହୋଇଯାଉଛି। ଏହି ବେଆଇନ କାରବାରରେ କେତେକ ରିଟେଲରଙ୍କ ଭୂମିକା ସନ୍ଦେହଜନକ ରହିଥିବା ଜଣାପଡ଼ିଛି। ଗୋଟିଏ ପଟେ ସାଧାରଣ ଲୋକଙ୍କୁ କିରୋସିନ ମିଳିପାରୁନଥିବା ବେଳେ ଅନ୍ୟ ପଟେ ଏହି କିରୋସିନ ଚଢ଼ା ଦରରେ କଳାବଜାରରେ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର