ପ୍ରଫୁଲ୍ଲ ଓ ବ୍ୟୋମକେଶଙ୍କୁ ମନ୍ତ୍ରୀପଦ ନେଇ ଚର୍ଚ୍ଚା!

ଭଦ୍ରକ: ପଞ୍ଚାୟତ ଓ ପୌର ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ବିଜେଡି ଆଶାତୀତ ସଫଳତା ହାସଲ କରିବା ପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଅଛନ୍ତି। ସେହି ଦୃ‌ଷ୍ଟିରୁ ବିଜେଡି ମହଲରେ ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭଦ୍ରକ ଜିଲ୍ଲାକୁ ଯଦି ମନ୍ତ୍ରୀପଦ ମିଳିବ ତେବେ ଚର୍ଚ୍ଚାର ସବୁଠାରୁ ଆଗରେ ରହିଛନ୍ତି ପୂର୍ବତନମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ।

ପ୍ରଫୁଲ୍ଲ ବିଜେଡିର ଜଣେ ପୁରୁଖା ନେତା ହୋଇଥିବା ବେଳେ ଦଳ ତାଙ୍କୁ ପୁଣିଥରେ ମନ୍ତ୍ରୀ ପଦ ଦେବାକୁ ଯୋଜନା କରୁଛି। ପ୍ରଫୁଲ୍ଲ ମଧ୍ୟ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରେ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ମନ୍ତ୍ରୀ ପଦ ନେଇ କେବଳ ପ୍ରଫୁଲ୍ଲଙ୍କ ନା ଚର୍ଚ୍ଚାରେ ନାହିଁ। ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲିର ବିଧାୟକ ଡ ବ୍ୟୋମକେଶ ରାୟଙ୍କର ନାମକୁ ନେଇ ଏବେ ଚର୍ଚ୍ଚା ହେଉଛି। ବ୍ୟୋମକେଶ ମଧ୍ୟ ଭଦ୍ରକ ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଛନ୍ତି। ବ୍ୟୋମକେଶଙ୍କୁ ମନ୍ତ୍ରୀ ପଦ ଦେଇ ମୁଖ୍ୟମନ୍ତ୍ରୀ ହୁଏତ ଯୁବ କାର୍ଡ ଖେଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରଫୁଲ୍ଲ ଓ ବ୍ୟୋମକେଶଙ୍କ ମଧ୍ୟରେ କାହାକୁ ମିଳିବ ମନ୍ତ୍ରୀ ତାକୁ ନେଇ ବିଜେଡି ମହଲରେ ଚାଲିଛି ଚର୍ଚ୍ଚା।

ସମ୍ବନ୍ଧିତ ଖବର