ସମ୍ବାଦ ସାହିତ୍ୟଘରର ଅନଲାଇନ୍ କବିତା ଆସର 

ଚାନ୍ଦବାଲି: ବିଶ୍ଵ ମହାମାରୀ କରୋନା ପାଇଁ ଚାରିଆଡ଼େ ଲକଡାଉନ୍ ଥିବା ବେଳେ ଜନସାଧାରଣଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାର କଡାକଡି ନିୟମ କରିଛନ୍ତି। ଏପରି ସ୍ଥଳେ ୫ ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି।

ସାଂପ୍ରତିକ ସ୍ଥିତିରେ କରୋନା  କବଳରୁ ରକ୍ଷା ନିମନ୍ତେ ବ୍ୟକ୍ତିଗତ ଭାବରେ ମିଳିତ ନ ହୋଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସମ୍ବାଦ ସାହିତ୍ୟ ଘରର ମାସିକ ଆସର ଦ୍ବିତୀୟ ଶନିବାର ଦିନ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମୋବାଇଲ କନ୍ଫରେନ୍ସିଂ ଜରିଆରେ ସାହିତ୍ୟଘର ଚାନ୍ଦବାଲି ଶାଖାର ୧୮ଜଣ ସଦସ୍ୟ ସଂଯୋଜକଙ୍କ ମୋବାଇଲେରେ ଯୋଡିହୋଇ  କବିତା ଆସର କରିଛନ୍ତି।

ଆଇନଜୀବୀ ଉପେନ୍ଦ୍ର ରାଉଳଙ୍କ ସଭାପତିତ୍ଵରେ କବି ଚିତ୍ତରଞ୍ଜନ କବିଙ୍କ କବିତା ସଂଯୋଜନାରେ କବି ରଜନୀକାନ୍ତ ମହାନ୍ତି ,ମନୋଜ କୁମାର ଭଳ ,ଅରୁଣ କୁମାର ପଣ୍ଡା, ପୁରୁଷୋତ୍ତମ ନାୟକ , ଶିକ୍ଷକ ବିକାଶ କୁମାର ସାହୁ , ଅମୂଲ୍ୟ କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷକ କମଳାକାନ୍ତ ମହାନ୍ତି ,ପ୍ରଫୁଲ୍ଲ କୁମାର ସାହୁ, କବୟତ୍ରୀ ଡା. ସରୋଜିନୀ ପଟ୍ଟନାୟକ, ସୁବାସ ମହାନ୍ତି ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। କରୋନା ମହାମାରୀ କବଳରୁ ଅସହାୟ ଦୁସ୍ଥ ଲୋକମାନଙ୍କୁ ସମ୍ବାଦ ସାହିତ୍ୟ ଘର ଶାଖା ତରଫରୁ ମାସ୍କ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଶେଷରେ ସଂଯୋଜକ ଅରୁଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର