ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ତଦନ୍ତକାରୀ ଅଧିକାରୀଙ୍କୁ ଜେରା

କଟକ : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ତଦନ୍ତକାରୀ ଅଧିକାରୀ ତଥା ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର ନାଥ ମଲ୍ଲିକଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ସ୍ବତନ୍ତ୍ର ପୋ‌କ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲ୍ଲା ଜଜ୍ ବନ୍ଦନା କରଙ୍କ ଇଜଲାସରେ ମାମଲାର ଶୁଣାଣି ସମୟରେ ଶ୍ରୀ ମଲ୍ଲିକ ହାଜର ହୋଇ ସାକ୍ଷୀ ଦେଇଛନ୍ତି। ତାଙ୍କୁ ଜେରା କରାଯାଇଛି। ଜେରା ଅସଂପୂର୍ଣ୍ଣ ଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଅକ୍ଷୟ କୁମାର ନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮, ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁ କନ୍ୟାଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ଚିକିତ୍ସିତ ଅବସ୍ଥାରେ ଏପ୍ରିଲ୨୯ ତାରିଖରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସାଲେପୁର ଥାନା ପୁଲିସ ଭାରତୀୟ ପିଙ୍ଗଳ ଆଇନର ଦଫା ୩୭୬(ଏ),(ବି), ୩୦୨, ୩୬୩ ଏବ˚ ପୋକ୍ସ ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ମେ’ ୧୧ରେ ଅଦାଲତରେ ଏହି ମାମଲାର ଚର୍ଜସିଟ ଦାଖଲ ହୋଇଥିଲା। ୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ ହୋଇଥିଲା। ମାମଲା ରୁଜୁ ହେବାର ମାତ୍ର ୨୧ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର