ପୋଲସରା ‘ସମ୍ବାଦ ସାହିତ୍ୟ ଘର’ର ସାମାଜିକ ଦାୟିତ୍ବ : ଫନି ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦେଲେ ୧୬ ହଜାର

ପୋଲସରା : ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ସାହିତ୍ୟ ପ୍ରତିଧ୍ବନିତ ହୁଏ। କେବେ ଜୀବନର ସୁଖଦୁଃଖ, ଝଡ଼ଝଞ୍ଜା, ହାନିଲାଭ, ବ୍ୟସ୍ତତା ଓ ବହୁଳତା ,ଆଶା ଓ ଆକାଂକ୍ଷା ସାହିତ୍ୟରେ କଳେବର ଆସ୍ଥାନ ଜମାନ୍ତି। ସାମାଜିକ ଦାୟିତ୍ବ ବହନ କରି ପ୍ରଥମେ କେରଳ ବନ୍ୟ‌ା ସମୟରେ ପୋଲସରା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ୧୨ ହଜାର ୬୦ ଟଙ୍କାର ସହାୟତା ପ୍ରଦାନ କରିଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଥିଲା। ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି ସାଧନ ନିମନ୍ତେ ଗୋଟିଏ ଛାତ ତଳେ ସାହିତ୍ୟିକ ଓ ସାହିତ୍ୟପ୍ରେମୀଙ୍କୁ ଏକାଠି କରିବାର ଲକ୍ଷ୍ୟନେଇ ସମ୍ବାଦ ସାହିତ୍ୟ ଘର ଗଠନ ହୋଇଥିଲେ ବି ସାମାଜିକ ଦାୟତ୍ବବୋଧକୁ କାର୍ଯ୍ୟକୁ ଭୁଲିନାହିଁ। ଚଳିତ ଫନି ବାତ୍ୟା ପ୍ରପୀଡିତଙ୍କ ପାଇଁ ପୋଲସର ସାହିତ୍ୟ ଘର ସହାୟତାର ହାତ ବଢାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପୋଲସରା ସାହିତ୍ୟଘର ପକ୍ଷରୁ ୧୬ ହଜାର ୧୨୫ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ବାତ୍ୟା ପ୍ରପୀଡିତଙ୍କ ଦୁଃଖରେ ସମଦୁଃଖୀ ହୋଇ ସାହିତ୍ୟଘରର କବି, କବୟିତ୍ରୀ ଲେଖକ ଓ ଲେଖିକା ଯତକିଞ୍ଚିତ ସହାୟତା ଯୋଗାଇବାର ସକଳ୍ପ ନେଇଛନ୍ତି।

ସମ୍ବନ୍ଧିତ ଖବର