ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ବର: ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ବର ପାଇଁ ସୁଲୋଚନା ଦାସ, କଟକ ପାଇଁ ସୁବାସ ସିଂହ ଓ ବ୍ରହ୍ମପୁର ଲାଗି ସଂଘମିତ୍ରା ଦଳେଇଙ୍କ ନାମ ଘୋଷିତ ହୋଇଛି। ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ସଂଘମିତ୍ରା ଦଳେଇ ୨୦୦୩ ମସିହାରେ କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ପୁଣି ୨୦୦୮ରେ ବି କଂଗ୍ରେସ ଟିକେଟରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୧ରେ ସଂଘମିତ୍ରା କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୩ରେ ବିଜେଡି ଟିକେଟରେ ଜିତି ସେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ। ସଂଘମିତ୍ରା ଦଳେଇ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ। ଏବେ ସେ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ଅଛନ୍ତି। ବିଜୁ ଜନତା ଦଳ ତାଙ୍କ ଉପରେ ଭରସା କରିଛି। ଏବେ ଅପେକ୍ଷା, କଂଗ୍ରେସ ଓ ବିଜେପି କାହାକୁ ଭୁବନେଶ୍ବର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ କରୁଛନ୍ତି।

 

ସମ୍ବନ୍ଧିତ ଖବର