ଅଦାଲତରେ ସାରଥି ହାଜର, ହୋଇପାରିଲା ନାହିଁ ଚାର୍ଜଫ୍ରେମ୍

କଟକ : କଟକ ସ୍ବତନ୍ତ୍ର ଅଦାଲତରେ ଆଜି ବାବା ସାରଥି ଓରଫ୍ ସନ୍ତୋଷ କୁମାର ରାଉଳ ଙ୍କୁ ହାଜର କରାଯାଇଛି। ମାମଲାରେ କିନ୍ତୁ ତାଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇ ପାରି ନାହିଁ। ଏହି ମାମଲାରେ ସାରଥିଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଆଜି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଜଣେ ଅଭିଯୁକ୍ତ ଅନୁପସ୍ଥିତ ଥିବାରୁ ମାମଲାରେ ଚାର୍ଜଫ୍ରେମ୍ ହୋଇ ପାରି ନାହିଁ। ମେ’ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ସାରଥିଙ୍କ ବିରୋଧରେ ରୁଜୁ ମୂଳ ମାମଲାର ତଦନ୍ତ କରି ଆଇପିସିର ଦଫା ୪୨୦,୧୨୦ ବି,୪୬୭,୪୬୮, ୪୭୧, ୩୪୧, ୫୦୬, ୩୭୯, ୪୧୧, ୪୨୩, ୩୪ ସହିତ ଏସ୍‌ସି ଆଣ୍ତ୍‌ ଏସ୍‌ଟି (ପି.ଏ) ଆଇନର ଧାରା ୩, ଆର୍ମସ୍‌ ଆକ୍ଟର ଧାରା ୨୫ ଓ ରିଲିଜିୟସ୍‌ ଇନ୍‌ଷ୍ଟିଚ୍ୟୁସନସ୍‌ (ପ୍ରିଭେନ୍‌ସନ୍‌ ଅଫ୍‌ ମିସ୍‌ ୟୁଜ୍‌ ଆକ୍ଟ)ର ଧାରା ୭ରେ କ୍ରାଇମବ୍ରାଞ୍ଚ୍‌ ଚାର୍ଜ-ସିଟ୍‌ ଦାଖଲ୍‌ କରିଥିଲା। ଏହି ମାମଲାରେ ସାରଥିଙ୍କ ସହିତ ତାଙ୍କ ପୁଅ ସତ୍ୟମ, ସନ୍ତୋଷ ଗୋଚ୍ଛାୟତ, ପିଲୁ ଓରଫ୍‌ ପିଲାସ୍କି ସ୍ବାଇଁ, ସିଲୁ ଓରଫ୍‌ ବିଶ୍ବଜିତ୍‌ ପଟ୍ଟନାୟକ୍‌ ଓ ବୁଲୁ ଓରଫ୍‌ ହରିଶ୍ଚନ୍ଦ୍ର ଦାସଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ସାରଥି ଜେଲ୍‌ରେ ଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଜାମିନ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର